ବରଗଡ଼ : ସ୍ଥାନୀୟ ଭଟଲି ଛକ ସ୍ଥିତ ମାହେଶ୍ୱରୀ ନର୍ସିଂ କଲେଜଠାରେ ଏକ ଲେଖନୀ ଶୈଳୀ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଚେୟାରମେନ ଫକୀର କର୍ଣ୍ଣଙ୍କ ତତ୍ୱାବଧାନ ଓ ଅଧ୍ୟକ୍ଷ ପଙ୍କଜ ବାଗଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ମାନ୍ୟତା ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟବକ୍ତା ଓ ତାଲିମଦାତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଲେଖନୀ ଶୈଳୀ ଉପରେ ବିଶଦ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବର୍ତମାନ ଡିଜିଟାଲ ଯୁଗରେ ସାଧାରଣ ଲେଖନୀ ଶୈଳୀ ସହିତ ଡିଜିଟାଲ ମାଧ୍ୟମରେ କିପରି ସୂଚନା ଆଦାନ ପ୍ରଦାନ କରାଯାଇ ତଥ୍ୟ ଦିଆଯିବ ସେ ବିଷୟରେ ବିସୁୃତ ଭାବରେ ତାଲିମ ଦିଆଯିବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଶ୍ରୀ ପଙ୍କଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଭବିଷ୍ୟତରେ ମଧ୍ୟ ଉଭୟ ବରଗଡ଼ ଓ ସୁନ୍ଦରଗଡର ଶିକ୍ଷାନୁଷ୍ଠାନରେ ଏହି ଧରଣର ତାଲିମ କାର୍ଯ୍ୟକ୍ରମ ବର୍ଷସାରା କରାଯିବାକୁ ଯୋଜନା ରହିଛି ବୋଲି ଶ୍ରୀ ଫକୀର କର୍ଣ୍ଣ ସୂଚନା ଦେଇଛନ୍ତି ।
