ପଦ୍ମପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବିଚାରକ ଭାବେ ଅକ୍ଷୟ କୁମାର ପଟେଲ, ନିରାକାର ପ୍ରଧାନ,ରମେଶ ସାହୁ, କ୍ଷୀରୋଦ ନାଥ ସାହୁ ଦାୟିତ୍ଵ ତୁଲାଇ ଥିବା ବେଳେ କଲ୍ୟାଣୀ ମିଶ୍ର, ମିନତି ପଟ୍ଟନାୟକ, ଚିତ୍ରା ଖର୍ସେଲ, ସୁକାନ୍ତ କିଶୋର ସାହୁ, ଦୁର୍ବାଦଳ ସାହୁ, ବିବେକାନନ୍ଦ ତୁରିଆ, କାହ୍ନୁ ଚରଣ ସାହୁ, ହରି ସାହୁ, ସଂଜୀବ ସାହୁ ପ୍ରମୁଖ ପରିଚାଳନା କରି ବିଚାରକ ଦାୟିତ୍ଵ ତୁଲାଇ ଥିବା ବେଳେ ଶିବାଶିଷ ପଟ୍ଟନାୟକ ଓ ଆଦିତ୍ୟ ତୁରିଆ ସହଯୋଗ କରିଥିଲେ। ଏଥିରେ ପଦ୍ମପୁର ସହରର ବିଭିନ୍ନ ବିଦ୍ୟାଳୟରୁ ସତୁରୀ ଜଣ ଛାତ୍ରଛାତ୍ରୀ ଭାଗନେଇ ଥିଲେ । ଆସନ୍ତା ୧୭ ତାରିଖ ରେ ଆୟୋଜିତ ହେବାକୁ ଥିବା ବାର୍ଷିକୋତ୍ସବରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ନେଇ ପଶ୍ଚିମ ଓଡିଶା ବାର୍ତ୍ତା ସମ୍ପାଦକ ଡିଲେଶ୍ଵର ବାଗ ସୂଚନା ଦେଇଛନ୍ତି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar