ବରପାଲି : ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଜେପୁର ବିଧାୟକ ସନତ ଗଡତିୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୂଖ୍ୟବକ୍ତା ଜେଡି ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ  ସୁଧାଶୁଂ ଶେଖର ଦାଶ , ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ରତ୍ନକୁମାର ଭୋଇ, ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷୟତ୍ରୀ ଏନପି ଶ୍ରୀଦେବୀଙ୍କ ସଂଯୋଜନାରେ ସଭା କାର୍ଯ୍ୟ ସଂଚାଳିତ ହୋଇଥିବା ବେଳେ ଶିକ୍ଷକ ଇଶ୍ୱରଚନ୍ଦ୍ର ଗଡତିୟା କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published.

error: Content is protected !!