ପାଇକମାଳ : ପାଇକମାଳ ବ୍ଳକ ମାଣ୍ଡୋସିଲ-ଭୁତମୁଣ୍ଡା ଓ ମାଣ୍ଡୋସିଲ -ଡୁମେରବାହାଲ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁଁ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କିଛି ଦିନ ଲାଗି ରହିଥିବା ବର୍ଷା ଯୋଗୁଁ ଭୁତମୁଣ୍ଡା ଡ଼୍ୟାମରୁ ପାଣି ନିଷ୍କାସନ କରାଯାଇଥିଲା । ଫଳରେ ଉକ୍ତ ଦୁଇଟି ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଯଦ୍ୱାରା ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ବିଶେଷ ଅସୁବିଧା ହୋଇଥିବା ପରିଲକ୍ଷିତ ହୋଇଛି । ଭୂତମୁଣ୍ଡା ଓ ଡୁମେରବାହାଲ ଦୁଇଟି ପୋଲ ଉପରେ ପ୍ରାୟ ୨୦ ଟି ଗାଁର ଲୋକେ ନିର୍ଭରଶୀଳ । ପ୍ରାୟତଃ ବର୍ଷା ସମୟରେ ଅଞ୍ଚଳବାସୀ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଲେ ଉକ୍ତ ଦୁଇ ପୋଲ ନୂତନ ଭାବେ ନିର୍ମାଣ ସହ ଉଚ୍ଚତା ବୃଦ୍ଧି କରାଯିବାକୁ ସାଧାରଣରେ ଦାବି ହେଉଛି ।