ବରଗଡ଼ : ବେଦପ୍ରଚାର ସମିତି ଆନୁକୁଲ୍ୟରେ ବେଦ ସ୍ୱାଧ୍ୟାୟ ସପ୍ତାହ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନବୀନ ଯଜେ୍ଞାପବିତ ଧାରଣ , ବେଦ ପ୍ରବଚନ ଓ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ୱୟଂସିଦ୍ଧା ଭବନରେ ସପ୍ତାହେ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମରେ ସର୍ବେ ଭବନ୍ତୁ ସୁଖିନୋ କାର୍ଯ୍ୟକ୍ରମର ବୈଦିକ ପ୍ରବକ୍ତା ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଯୋଗଦେଇ ପଞ୍ଚ ମହାଯଜ୍ଞର ମହତ୍ୱ, ସଂଗଠନରେ ସଂଯମତା ଓ ଏକତା, ସୂଖି ଗୃହସ୍ଥ ,ଧର୍ମାଚରଣ ,ଆଦର୍ଶ ବିଦ୍ୟାର୍ଥୀ , ଶୃଙ୍ଖଳିତ ଜୀବନ ଚର୍ଚ୍ଚା, ସାମାଜିକ ଗୁଣାବଳୀର ବିକାଶ ଆଦି ବିଷୟରେ ଆଲୋଚନା କରିଥିଲେ । ପ୍ରତ୍ୟହ ଶତାଧିକ ଭକ୍ତ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।