ବରଗଡ : ବରଗଡ ଜିଲ୍ଲା କ୍ରିକେଟ୍ ଏସୋସିଏସନ ପକ୍ଷରୁ କ୍ରିକେଟ୍  ଖେଳୁଥିବା ପ୍ରତିଭାବାନ ଖେଳାଳୀ ପ୍ରବୀଣ ଲୁହା ଜାତୀୟ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ରେ ଭାଗ ନେବାପାଇଁ ଚୟନିତ ଓଡ଼ିଶା ବରିଷ୍ଠ ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ।ନଭେମ୍ବର ୧୨ ତାରିଖ ରୁ ମୁମ୍ବାଇ ଠାରେ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଅଭିଷେକ ରାଉତ ଙ୍କ ନେତୃତ୍ୱ ରେ ଗଠିତ ୧୬ ଜଣିଆ  ଓଡ଼ିଶା ଦଳ ରେ ପ୍ରବୀଣ ନିଜର ସ୍ଥାନ ପକ୍କା କରି ବରଗଡ ଜିଲ୍ଲା ପାଇଁ ସୌଭାଗ୍ୟ ଆଣି ପାରିଛନ୍ତି।ପୂର୍ବରୁ ମଧ୍ୟ ପ୍ରବୀଣ ଓଡ଼ିଶା ବରିଷ୍ଠ ଦଳ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଖେଳି ସାରିଛନ୍ତି। ପ୍ରବୀଣ ଜଣେ ଉଚ୍ଚକୋଟୀର ମଧ୍ୟ ଭାଗ ବ୍ୟାଟ୍ସମ୍ୟାନ୍ ସାଙ୍ଗକୁ ଜଣେ ଚମତ୍କାର ୱିକେଟ ରକ୍ଷକ ଅଟନ୍ତି। ବରଗଡ ଜିଲ୍ଲା ବରିଷ୍ଠ ଦଳ ର ପୂର୍ବତନ ଅଧିନାୟକ ପ୍ରବୀଣ ଜଣେ ଯୁଝାରୁ ଖେଳାଳୀ ହୋଇଥିବା ବେଳେ ଭଲ ଖେଳ ପ୍ରଦର୍ଶନ କରିବା ର କ୍ଷୁଧା ତାଙ୍କର ସବୁବେଳେ ରହିଥାଏ। ପ୍ରବୀଣ ଙ୍କ ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ,ସମ୍ପାଦକ ରବି ପଣ୍ଡା, ପୁର୍ବତନ ସଭାପତି ଅରୁଣ ମହାନ୍ତି, ପୁର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ , ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର , ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ,ବରିଷ୍ଠ ସଦସ୍ୟ ପୃଥ୍ୱୀରାଜ ନାୟକ,ପ୍ରଭାତ ଆଦିତ୍ୟ ମିଶ୍ର, ଗିରିଜା ପ୍ରସାଦ ନାଥ,କିଶୋର ରଥ,ସନ୍ତୋଷ ପଣ୍ଡା, ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ,ନବୀନ ଲାଠ,ପ୍ରଦୀପ ସାହୁ,ଅମିୟ ଭୂଷଣ ସାହୁ,ରଜତ ଦାଶ, ଶୌର୍ଯ୍ୟ ରଞ୍ଜନ ରାଏ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar