ବରପାଲି  : ଜୁଲଟ ଲକ୍ଷ୍ମୀ ନଗର ହାଇସ୍କୁଲ ପଡିଆରେ ଷଷ୍ଠ ଦିବସୀୟ ଫ୍ରେଣ୍ଡସ୍ ଏ ହୋପ୍ ଚେରଟେବୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ତୃତୀୟ ଦିବସରେ ସାହୁଟିକରା ଓ ମାଲିପାଲି ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ସାହୁଟିକରା ପେନାଲଟିରେ ୧-୦ରେ ବିଜୟୀ ହୋଇଥିଲେ ଦ୍ବିତୀୟ ମ୍ୟାଚ ବରଗଡ଼ ଓ ବିଜେପୁର ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଏଥିରେ ବରଗଡ଼ ଦଳ ବିଜୟୀ ହୋଇଥିଲା । ସେହିପରି କ୍ୱାଟର ଫାଇନାଲ ବରଗଡ଼ ଓ ସାହୁଟିକିରା ମଧ୍ୟରେ ହୋଇଥିବା ବେଳେ ସାହୁଟିକିରା ଦଳ ବିଜୟୀ ହୋଇଥିଲା । ଖେଳକୁ ଅନୁରୋଧ ପଧାନ, ରାମ ବିଶି, କଳିଙ୍ଗ ସାହୁ, ନିମା ପରିଚାଳନା କରିଥିଲେ । ଫ୍ରେଣ୍ଡସ୍ ଏ ହୋପ୍ ସୋସିଆଲ ୱର୍କ ଗ୍ରୁପ ପକ୍ଷରୁ ଆୟୋଜନ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜିର ମୁଖ୍ୟ ଅତିଥି ଭାବେ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, କୋଶଲ ସେନା, ସଂକଳ୍ପ ପରିବାର ଶୋସାଇଟି ସଭାପତି ଗୁରୁ ମେହେର ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar