ବରଗଡ: ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ରୋବୋଟିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଇନଡୋଟ୍ରନ ରୋବୋଟିକ ଏଣ୍ଡ ଏଡଭାନ୍ସ ଇଲେକଟ୍ରୋନିକ୍ସର ମହେନ୍ଦ୍ର କୁମାର କର ଯୋଗ ଦେଇଥିଲେ । ତିନି  ଦିନ ବ୍ୟାପୀ ଚାଲିଥିବା ଏହି ରୋବୋଟିକ କର୍ମଶାଳାରେ କଲେଜର ବିସିଏ ବିଭାଗର ଛାତ୍ରଛାତ୍ରୀମାନେ ତାଙ୍କ ଠାରୁ ଶିକ୍ଷାଲାଭ କରି ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । ଦେଶର ଅଗ୍ରଣୀ କଂପାନୀ ଟିସିଏସରେ ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ଶ୍ରୀ କର ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରି ରୋବୋଟିକ ଟେକନୋଲୋଜି କିପିର କାମ କରେ ଏବଂ ଏହା ବର୍ତମାନ କେଉଁ କେଉଁ କ୍ଷେତ୍ରରେ ଆବଶ୍ୟକତା ରହିଛି ସେ ବିଷୟରେ ବିଶଦ ସୂଚନା ପ୍ରଦାନ କରିବା ସହ ଆଗାମୀ ଦିନରେ ଶିକ୍ଷା , ସ୍ୱାସ୍ଥ୍ୟ , ଶିଳ୍ପ ଏବଂ ଅନ୍ୟ ସବୁ କ୍ଷେତ୍ରରେ ରୋବୋଟିକର ପ୍ରଭାବ ଆହୁରି ବେଶୀ ବଢ଼ିବ ବୋଲି କହିଥିଲେ । ଏହି କର୍ମଶାଳାରେ କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇ ବିଭିନ୍ନ ରୋବୋଟିକ ଉପକରଣ ନିର୍ମାଣ କରିଥିଲେ । କଲେଜର ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ, ଅଧ୍ୟାପିକା ଶୁଭଶ୍ରୀ ଷଡଙ୍ଗୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar