ବରଗଡ଼ : ପତଙ୍ଗ ଅନୁଷ୍ଠାନ, ୱିପ୍ରୋ ଫାଉଣ୍ଡେସନ ଓ ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ପିଲାମାନଙ୍କ ଭାଷା ଶିକ୍ଷାର ଦକ୍ଷତା ବୃଦ୍ଧି କରାଇବା ପାଇଁ ଏକ ଭାଷା ମେଳା ଓ ବହିହାଟ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କହିବା, ଶୁଣିବା, ପଢିବା,ଭାବିବା,ଉପସ୍ଥାପନା କରିବା ଓ ଲେଖିବା ଇତ୍ୟାଦି ଖେଳ ଖେଳରେ କରାଯାଇଥିଲା ।

ଏ ଅବସରରେ ପିଲାମାନେ ନିଜେ ତିଆରି କରିଥିବା ଶିକ୍ଷଣୀୟ ସାମଗ୍ରୀ ଧନ୍ଦା, ଚିତ୍ର କାର୍ଡ,ଗପ, ଲୁଡୋ, ଫଳ,ଫୁଲ ଓ ପନିପରିବାର ଚିତ୍ର,ଜୀବଜନ୍ତୁ ,ଋତୁର ଚିତ୍ର ସହିତ ବିଭିନ୍ନ ପ୍ରକାରର ଜୀବନବହି , ଗପବହି,ଚିତ୍ର ବହି,ସାଧାରଣ ଜ୍ଞାନ,ଗୀତ ବହି ଇତ୍ୟାଦିକୁ ଗାଁ ମଝିରେ ସଜାଇଥିଲେ ।

ସମସ୍ତ ଷ୍ଟଲକୁ ପିଲାମାନେ ନିଜେ ପରିଚାଲନା କରିବା ସହ ସେଥିରେ ଥିବା ଶିକ୍ଷାକୁ ଅନ୍ୟ ଶିଶୁ,ଅଭିଭାବକ,ଗ୍ରାମବାସୀଙ୍କ ସହିତ ବାଣ୍ଟିଥିଲେ ଏହା ସହିତ ଗ୍ରାମର ବୟସ୍କ ବ୍ୟକ୍ତି ଯେମିତି ଶିଶୁ ମାନଙ୍କ ଆଈ ଅଜା ମାନେ ସେଠାରେ ପିଲା ମାନଙ୍କୁ କହାଣୀ କହିବା ସହିତ ବହି ପଢି ଶୁଣାଇ ଥିଲେ ଏବଂ ପିଲାମାନେ ଅଭିଭାବକ ମାନଙ୍କଠାରୁ ଧନ୍ଦା ମଧ୍ୟ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ସାମିଲ ହୋଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar