ବରଗଡ : ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ବରଗଡ଼ ଜିଲ୍ଳାର ୯୦ ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଳାପାଲ ମୋନିଷା ବାନାର୍ଜି , ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ , ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଏ ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପରିଣୀତା ମିଶ୍ର ବିଦ୍ୟାଳୟ ସଂପର୍କରେ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟତ୍ରୀ ,ବୁଦ୍ଧିଜିବୀ ତଥା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।