ବରଗଡ : ରୋଟାରୀ କ୍ଳବ ବରଗଡର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ କ୍ଳବର ବରିଷ୍ଠ ତଥା ଆରମ୍ଭରୁ ସଦସ୍ୟ ଥିବା ଜୟପ୍ରକାଶ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଛି । ସ୍ଥାନୀୟ ଗଣପତି ହୋଟେଲ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ଳବର ସଭାପତି ପ୍ରକାଶ କର ଏବଂ ସଂପାଦକ ସତ୍ୟଜିତ କରଙ୍କ ଉପସ୍ଥିତିରେ ଶ୍ରୀ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ଉଲ୍ଳେଖଯୋଗ୍ୟ ଯେ ବରଗଡ଼ ରୋଟାରୀ କ୍ଳବ ଆରମ୍ଭ ହେବା ଠାରୁ ଶ୍ରୀ ଅଗ୍ରୱାଲ ଏହାର ପ୍ରତିଷ୍ଠାତା ସଦସ୍ୟ ଭାବେ ରହି ଆସି ବହୁ ଦାୟିତ୍ୱ ନିର୍ବାହ କରିଛନ୍ତି । ସ୍ଥାନୀୟ ବଦ୍ରି ପ୍ରସାଦ ଗୃପର ମୁଖ୍ୟ ଶ୍ରୀ ଅଗ୍ରୱାଲ ରୋଟାରୀ କ୍ଳବ ସହିତ ସହରର ଅନ୍ୟ ବହୁ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି ।

Leave a Reply

Your email address will not be published.

error: Content is protected !!