ବରଗଡ : ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ କଲେଜ ସଭାଗୃହଠାରେ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ପ୍ରଶାସନ ଓ ଅବକାରୀ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟଫଣ୍ଡ କଲେଜର ଅଧ୍ୟକ୍ଷ ସରୋଜ ଦେବତା ସଭାପତିତ୍ୱ କରିଥିଲେ । ଏ ଅବସରରେ ପଚାଂୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତପାବନ ସାହୁ ମୁଖ୍ୟଅତିଥି , ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟବକ୍ତା ଓ ଜିଲ୍ଳା ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ସଭାରେ ଉପସ୍ଥିତ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ନିଶା ବ୍ୟବହାରର କୁପରିଣତି ବିଷୟରେ ବିଶଦ ସୂଚନା ଦେଇ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗର ଅଧିକାରୀ ତଥା ଟ୍ରଷ୍ଟଫଣ୍ଡ କଲେଜର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।
