ବରଗଡ : ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ବରଗଡ଼ ସହରରେ ବିପୁଳ ଉତ୍ସାହ ମଧ୍ୟରେ ରବିବାର ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଲମ୍ବାନୀ ଯାତ୍ରା ଆରମ୍ଭ ହୋଇଛି । ବରଗଡ଼ର ସହର ଗୌରୀଶଙ୍କର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରା ୨୩ ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ତିନି ଦିନ ଧରି ଉତ୍ସବ ମୁଖରିତ ହୋଇ ପଡିଥିଲା ।

ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରରେ ଘଣ୍ଟ, ବାଦ୍ୟ ତାଳେ ତାଳେ ଶୋଭାଯାତ୍ରା କଲ୍ୟାଣ ମଣ୍ଡପ ନିକଟ ସାଇ ମନ୍ଦିରରୁ ବାହାରି ସହର ପରିକ୍ରମା ପୂର୍ବକ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଏ ଅବସରରେ ରାସ୍ତାର ଉଭୟ ପାଶ୍ୱରେ ଭକ୍ତମାନେ ଛିଡା ହୋଇ ମାତା ପାର୍ବତୀ ଏବଂ ଦେବ ଦେବ ମହାଦେବ ଙ୍କ ଯୁଗଳ ଦର୍ଶନ କରିଥିଲେ ।

Leave a Reply

Your email address will not be published.

error: Content is protected !!