ବିଜେପୁର : ବିଜେପୁର ବ୍ଳକ ଆଇମାଲଠାରେ ଚାଲିଥିବା ଭିଏସଏସ କ୍ଳବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଇମାଲ ଏଥେଲେଟିକ ଏସୋସିଏନ ଏବଂ ଭିଏସଏସ କ୍ଳବ ଆନୁକୂଲ୍ୟରେ ପାଂଚ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମୁକାବିଲା ଇଚ୍ଛାପୁର ଏବଂ ଖରମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଖରମୁଣ୍ଡା ଦଳ ବିଜୟୀ ହୋଇ ଚାମ୍ପିୟନ ଘୋଷିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସୁଧୀର ପ୍ରଧାନ, ନିମାଇଁ ଚରଣ ପ୍ରଧାନ , ଗୋବିନ୍ଦ ବରିହା ଖେଳ ପରିଚାଳନା କରିଥିଲେ । ରଶ୍ମିତା ମେହେର , ସୁଦାମ ସାହୁ , ସୁବ୍ରତ ପ୍ରଧାନ ,ସାନନ୍ଦିନୀ ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦଯାପନୀ ଉତ୍ସବରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!