ବରଗଡ଼ : ବରଗଡ଼ ଜିଲ୍ଲା ତାଇକୋଣ୍ଡୋ ଏସୋସିଏସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି  ।  କୁନି ମାର୍ଶାଲ ଆର୍ଟିଷ୍ଟ ପ୍ରିୟା କୁମାରୀ ଓ ଏସୋସିଏସନର ସଭାପତି ନବକିଶୋର ପାଣିଗ୍ରାହୀ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ ।  ଶିବିରରେ ସମୁଦାୟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।  ଏସୋସିଏସନର ସମ୍ପାଦକ ବିଜୟ କୁମାର ଭୋଇଙ୍କ ସମେତ କୁନି ମାର୍ଶାଲ , ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।  ଶିବିର ପରିଚାଳନାରେ ବରଗଡ଼ ବ୍ଲଡ଼ ବ୍ୟାଙ୍କର ଶ୍ରୀବତ୍ସ ସେଠ ଓ ସବିତା ନାୟକ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!