ବରଗଡ଼ : ଵରଗଡ଼ ସହର ଏବଂ ଅମ୍ବାପାଲି ମଧ୍ୟରେ ଥିବା ଜୀରା ନଦୀ ରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ପୋଲ ଟି ଅସମ୍ପୂର୍ଣ୍ଣ ଭାବରେ ରହିଥିବା ଯୋଗୁଁ ଅମ୍ବାପାଲି ସମେତ ଆଖପାଖ ଅଞ୍ଚଳର ଲୋକେ ଯାତାୟାତ ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ସମୟରେ ନଦୀ ଭିତରେ ଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ଯାଉଥିବା ଯୋଗୁଁ ଜନସାଧାରଣଙ୍କୁ ଛଅ କିଲୋମିଟର ବୁଲିକି ଯିବାକୁ ପଡିଥାଏ । ଯାହାକୁ ନେଇ ବିଗତ ଦିନରେ କଂଗ୍ରେସ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ଘେରାଓ କରାଯିବା ସହ ଜୀରା ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଦାବି କରାଯାଇଥିଲା । ଅନୁରୂପ ଦାବି ନେଇ ଶନିବାର ବିଜେପି ତରଫରୁ ଜୀରା ନଦୀ ରେ ଜଳ ସତ୍ୟାଗ୍ରହ କରାଯାଇଥିଲା । ଜିଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏହି ଜଳ ସତ୍ୟାଗ୍ରହ ରେ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।