ବରଗଡ଼: ବରଗଡ଼ ପଚାଂୟତ ମହାବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗର ଏକ ସ୍ୱତନ୍ତ୍ର ଉତ୍ସବରେ ବିଭାଗୀୟ ଅଧ୍ୟାପକ ଡ.ଉମେଶଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଇଂରାଜୀ ପୁସ୍ତକ ରେଟ୍ରୋ ଟାଇମସ୍ ଏବଂ ସମ୍ବଲପୁରୀ ପୁସ୍ତକ ସଂକଳନ ଭଁଡାର କନ୍ ଉନ୍ମୋଚିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରଫେସର ବିହାରୀ ବାଗଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତ ପାବନ ସାହୁ ମୁଖ୍ୟ ଅତିଥି ,ଭୂତପୂର୍ବ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ସଂଜୟ କୁମାର ଦାଶ ,ରାମେଶ୍ୱର ବିଭାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅଧ୍ୟାପକ ଡ.ଚିତରଂଜନ ସାହୁ ପୁସ୍ତକଦ୍ୱୟ ଉପରେ ଏକ ସାରଗର୍ଭକ ସମୀକ୍ଷା ଉପସ୍ଥାପନା କରିଥିଲେ । କବି ଡ.ଉମେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉଭୟ ପୁସ୍ତକ ଉପରେ ନିଜର ଲେଖକୀୟ ଅନୁଭୂତି ବ୍ୟକ୍ତ କରିବା ସହିତ ସୃଜନଶୀଳ ପ୍ରତିଭାର ବିକାଶପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭାଗୀୟ ଛାତ୍ରଛାତ୍ରୀମାନେ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନୂତନ ଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରିଥିଲେ । ସଭା ଶେଷରେ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ରାଜଶ୍ରୀ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar