ବିଜେପୁର : ମାଣ୍ଡିଆ ଖାଦ୍ୟ ଉପରେ ଲୋକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ବିଜେପୁରରେ ଆରମ୍ଭ ହୋଇଛି ମାଣ୍ଡିଆ ହୋଟେଲ । ଓଡିଶା ମିଲେଟ ମିଶନ ତରଫରୁ ତଥା ଜିଲ୍ଳା କୃଷି ବିଭାଗ ସହାୟତାରେ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଏହି ହୋଟେଲର ଶୁଭାରମ୍ଭ ହୋଇଛି । ମାଣ୍ଡିଆ ହୋଟେଲ ଜନସାଧାରଣଙ୍କୁ ପୃଷ୍ଟିକର ତଥା ସ୍ୱାସ୍ଥ୍ୟ ଅନୁକୂଳ ଖାଦ୍ୟ ଯୋଗାଇବା ସହ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଯୋଗାଇଦେବ । ତାଲପଦର ଲକ୍ଷ୍ମୀବାଇ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ହୋଟେଲର ପରିଚାଳନା ଦାୟିତ୍ୱରେ ରହିଛନ୍ତି ।