ନୂଆପଡା : ଲାଲ ଗଡରେ ଲାଲ ଟୁକୁ ଟୁକୁ ଷ୍ଟ୍ରବେରି ଚାଷ। ନୂଆପଡା ଜିଲ୍ଲାର ଅପହଞ୍ଚ ମାଓ ଅଞ୍ଚଳ ଭାବେ ଥିବା ସୁନାବେଡ଼ାର ଚିତ୍ର ଏବେ ବଦଳିବା ରେ ଲାଗିଛି। ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ବିକଶିତ ହେଉଥିବାରୁ ଚାଷୀ ଏବେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଏହି ଅପହଞ୍ଚ ମାଓ ଅଞ୍ଚଳ ସୁନାବେଡ଼ା ଅଭୟାରଣ୍ୟରେ ଏବେ ସରକାରୀ ଯୋଜନା ପହଞ୍ଚି ସାରିଥିବା ବେଳେ ସ୍ଥାନୀୟ ଆଦିବାସୀମାନେ ଜୈବିକ ପ୍ରଣାଳୀରେ ଷ୍ଟ୍ରବେରି ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ପ୍ରଥମ କରି ପାଇଲଟ ପ୍ରୋଜେକ୍ଟ ଭାବରେ ୧୦ ଜଣ ଚାଷୀ ୧୦ ଏକର ଚାଷ ଜମିରେ ଷ୍ଟ୍ରବେରି ଚାଷ କରି ସଫଳ ହୋଇଛନ୍ତି। ସୁନାବେଡ଼ାରେ ରହୁଥିବା ଆଦିବାସୀମାନେ ଜୀବିକା ନିର୍ବାହ ପାଇଁ ଅଭୟାରଣ୍ୟର ଦ୍ରବ୍ୟ ଉପରେ ନିର୍ଭର କରି ଆସୁଥିବା ବେଳେ ନିଜ ପଡିଆ ଜମିରେ ଏବେ ଚାଷ କରି ଅନ୍ୟ ଚାଷୀଙ୍କୁ ଆକୃଷ୍ଟ କରିବା ସହ ବେସ ଉତ୍ସାହିତ ଅଛନ୍ତି।
ମାଓ ଅଞ୍ଚଳରେ ସରକାରଙ୍କ ବିକାଶମୁଖୀ ଯୋଜନା ପହଁଥାଇବା ଶହ ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ସୁନାବେଡ଼ାର ମାଟିରେ ଷ୍ଟ୍ରବେରି ଚାଷ କରିବା ନେଇ ୧୦ ଜଣ ଚାଷୀଙ୍କୁ ଚୟନ କରି ସରକାରୀ ଯୋଜନାରେ ସାମିଲ କରିଥିଲା। ସେହି ଚାଷୀ ଏବେ ଏହି ଚାଷ କରି ସଫଳତା ପାଇବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଏହା ଶହ ବହୁ ଶ୍ରମିକଙ୍କୁ ରୋଜଗାର ଦେଇ ପାରିଛନ୍ତି। ଏବେ ଗଛରେ ଲାଲ ଟୁକୁ ଟୁକୁ ଷ୍ଟ୍ରବେରି ଫଳି ଅଞ୍ଚଳର ଚିତ୍ର କୁ ବଦଳାଇ ଦେଇଛି। ଚାଷୀ ନିକଟ ରେ କାର୍ଯ୍ୟ ପାଇ ଶ୍ରମିକଟିଏ ଯେତେ ଖୁସି ଅନୁଭବ କରୁଛି ଚାଷୀର ଷ୍ଟ୍ରବେରି କିଣିବାକୁ ଆସି ଥିବା ଲୋକଟିଏ ଷ୍ଟ୍ରବେରି ଖାଇ ବେସ ଖୁସି ଥିବା ପ୍ରକାଶ କରୁଛି।
ଏବେ ସଫଳତା ସହ ଫସଲ ଅମଳ ଆରମ୍ଭ ହୋଇଛି। ଚାଷୀଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଅମଳ ଫଳକୁ କମିଟି ଜରିଆରେ ସ୍ଥାନୀୟ ଅଞ୍ଚଳ ସହ ପଡୋଶୀ ଜିଲ୍ଲା ଓ ଭୁବନେଶ୍ବରରେ ଏହା ବିକ୍ରି ପାଇଁ ଚାଷୀଙ୍କ ଚାଷ ଜମିରୁ ପେକ୍ ହୋଈ ପଠାଯାଉଛି। ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଲାଭଜନକ ଫସଲ ଷ୍ଟ୍ରାବେରୀ ଚାଷ ପାଇଁ ପ୍ରଶାସନ ଉତ୍ସାହିତ କରୁଥିବା ବେଳେ ସୁନାବେଡ଼ାକୁ ଷ୍ଟ୍ରବେରୀ ଚାଷ ପାଇଁ ଫେମସ କରିବା ଲକ୍ଷ ରଖିଛି।

ରିପୋର୍ଟ_ଆଦିତ୍ୟ ମହଉତି (ନୂଆପଡା)

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar