ବରଗଡ଼ : ବରଗଡ଼ ଇମ୍ପରିୟଲ କଲେଜ ପକ୍ଷରୁ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁସାରେ ଲଡୁ ଉତ୍ସବ ଓ କଂସ ମହାରାଜ ଶିକ୍ଷା ପ୍ରୋତ୍ସାହନ ରାଶି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । । ସୂଚନା ଯୋଗ୍ୟ ଯେ ବରଗଡ଼ ଧନୁଯାତ୍ରା ପାଇଁ ଇମ୍ପରିୟଲ କଲେଜ ପକ୍ଷରୁ ତିଆରି କରାଯାଇଥିବା ଆପ୍ସକୁ ଡାଉନଲୋଡ କରିଥିବା ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଏହି ପୁରସ୍କାରର ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଭାଗ୍ୟଶାଳୀ ବିଜେତାଙ୍କୁ ଆଜି କଲେଜ ପରିସରରେ ଉପରୋକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା । ୭୫ ବର୍ଷ ପୂର୍ତି ଅବସରରେ ୭୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଲଡୁ ବଣ୍ଟନ କରାଯାଇଥିଲା । କଂସ ମହାରାଜ ଶିକ୍ଷା ପ୍ରୋତ୍ସାହନ ଯୋଜନାରେ ୪୪ ଜଣଙ୍କୁ ୩୩ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ଥିଲା । ଉପସ୍ଥିତ ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିବା ପରେ ଅନୁପସ୍ଥି୍ତ ଥିବା ବିଜେତାଙ୍କ ବଳି ଯାଇଥିବା ୧୧ ହଜାର ଟଙ୍କା ଜିଲ୍ଳା ରେଡକ୍ରସକୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଇମ୍ପରିୟଲ କଲେଜ ପକ୍ଷରୁ ନିର୍ମାଣ କରାଯାଇଥିବା ବରଗଡ଼ ଧନୁଯାତ୍ରା ଆପ୍ସକୁ ଆଗାମୀ ବର୍ଷ ଆହୁରି ଉନ୍ନତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ, ସାମ୍ବାଦିକ ରବି ପଣ୍ଡା ଙ୍କ ସମେତ କୃଷ୍ଣ ବଲରାମ ଭୂମିକାରେ ଅଭିନୟ କରିଥିବା ସମ୍ରାଟ ମହାପାତ୍ର ଓ କିଶନ ବିର୍ତିଆ ଉପସ୍ଥିତ ଥିଲେ । ଏ ଅବସରରେ କଲେଜର ଦୁଇ ଜଣ ଛାତ୍ରୀ କୃଷ୍ଣ ବଲରାମ ବେଶରେ ସଜ୍ଜିତ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।