ବରଗଡ଼ : ବରଗଡ଼ ସହର ଗୋବିନ୍ଦପାଲି ରାସ୍ତାରେ ଗ୍ରାମୀଣ ବଜାର ‘ଶର୍ବାଣୀ’ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ଜିଲାପାଳ ମୋନିଷା ବାନାର୍ଜୀ , ପିଡ଼ି ଆଦିତ୍ୟ ଗୋୟଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଓରମାସ , ମିଶନଶକ୍ତି ଏବଂ ଜିଲ୍ଳା ପ୍ରଶାସନର ମିଳିତ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ଏହି ଗ୍ରାମୀଣ ବଜାର ଶର୍ବାଣୀରେ ବରଗଡ଼ ଜିଲ୍ଳାର ବିିଭିନ୍ନ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପଲବ୍ଧ ହେବ ।

ଏଠାରେ ଲସ୍ତଲାର ମିଠା ଠାରୁ ଆରମ୍ଭ କରି ପାରମ୍ପରିକ ଆରିଷା ପିଠା, କାକରା , ଠେଟରୀ , ମୁଙ୍ଗିଆ ଖଜା, ବିଭିନ୍ନ ପ୍ରକାର ହାତତିଆରି ମସଲା , ଢ଼େଙ୍କି କୁଟା ଚାଉଳ, କଳା ଚାଉଳ, ଭଜା ମୁଗଡାଲି, ମାଣ୍ଡିଆ ଗୁଣ୍ଡ, ମକାଗୁଣ୍ଡ , ମହୁ, ଜମେନ ଗୁଡ , ଆଚାର, ପାପଡ଼, ହସ୍ତତନ୍ତ କପଡାର ଡ୍ରେସ, ଟେରାକୋଟା ସାମଗ୍ରୀ ଆଦି ଶର୍ବାଣୀ ନାଁ ରେ ବିକ୍ରୀ ହେବ । ଯଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପକୃତ ହୋଇପାରିବେ ।

ବରଗଡ଼ ବିଡ଼ିଓ ଯୁଧିଷ୍ଠିର ମେହେର , ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଓରମାସ ର ରାଜଗୋପାଳ ଦାଶ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!