ବରଗଡ଼ : ବରଗଡ ଜିଲ୍ଲା ବରପାଲି ନିବାସୀ ରେଣୁ ଅଗ୍ରୱାଲଙ୍କୁ ‘ଏକ୍ ଔର ରାଧା’ ପୁସ୍ତକ ପାଇଁ ‘ଗ୍ଲୋବାଲ୍ ସାହିତ୍ୟ ପୁରସ୍କାର’ ସମ୍ମାନରେ ସମ୍ମାନିତ କରାଯାଇଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନିର୍ଦଳୀୟ ପ୍ରକାଶନ ପକ୍ଷରୁ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ତାଙ୍କ ସାହିତ୍ୟ କୃତୀ ପାଇଁ ସମ୍ମାନିତ କରାଯାଇଥିଲା । ଏ ଅବସରରେ ନୂଆଦିଲ୍ଲୀ ଆଇଆଇଏମସି ମହାନିର୍ଦ୍ଦେଶକ ସଞ୍ଜୟ ଦ୍ୱିବେଦୀ ମୁଖ୍ୟଅତିଥି, ରାମାଚର ପୂର୍ବତନ ଜିଲ୍ଲା ତଥା ଅଧିବେଶନ ଜଜ୍ ସୁରେନ୍ଦ୍ର ସିସୋଡିଆ, ଅଲ ଇଣ୍ଡିଆ ମୁସଲିମ୍ ଫେଷ୍ଟିଭାଲ୍ କମିଟିର ମୁଖ୍ୟ, ଲେଖକ ତଥା ସାମ୍ବାଦିକ ଆୟୁଷ ଶାହମିରୀ ଖୁରାମ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ ଲେଖକ ସାହିତ୍ୟକ ଯୋଗଦେଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar