ପାଇକମାଲ : ପାଇକମାଲ ବ୍ଳକ ରଞ୍ଜିତପୁରଠାରେ ବିଶ୍ୱ ଖାଦ୍ୟ ଦିବସ ପାଳିିତ ହୋଇଯାଇଛି । ଏ ଅବସରରେ ପ୍ରାକୃତିକ ପାରମ୍ପରିକ ଖାଦ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ହଲଧର ନାଗ ଯୋଗଦେଇ ପରମ୍ପରାଗତ ଖାଦ୍ୟର ବିଶେଷତା ଗୀତ ମାଧ୍ୟମରେ ଉପସ୍ଥାପନା କରିଥିଲେ ।
ସମ୍ମାନିତ ଅତିଥି ଚାଷୀ ନେତା ଅଶୋକ କୁମାର ପ୍ରଧାନ ମା ମାଟିକୁ ବଚେଂଇବାକୁ ହେଲେ ବିଷମୁକ୍ତ ହେବାକୁ ପଡିବ ବୋଲି କହିବା ସହ ପଞ୍ଜାବର ଉଦାହରଣ ଦେଇଥିଲେ । ଏ ଅବସରରେ ଚାଷୀମାନଙ୍କ ଦ୍ୱାରା ସଂଗୃହୀତ ପରମ୍ପରାଗତ ଖାଦ୍ୟ ଓ ମିଲେଟ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବିଡିଓ ଉପାଞ୍ଜଳୀ ମାଝୀ, ବରଗଡ଼ ସାମ୍ବାଦିକ ସଂଘର ଉପସଭାପତି ବିରେନ୍ଦ୍ର ପ୍ରଧାନ , ସମ୍ବଲପୁରର ଚାଷୀ ନେତା ମୁରାରୀ ପ୍ରସାଦ ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଅହିଂସା କ୍ଳବର ସଂପାଦକ ଶିବପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।