ବରଗଡ଼ : ବରଗଡ଼ର ଅଗ୍ରଣୀ ସୁନାଗହଣା ଦୋକାନ କଳାମନ୍ଦିର ପକ୍ଷରୁ ଏକ ଫେସନ ଓ ଲାଇଫ ଷ୍ଟାଇଲ ପ୍ରଦର୍ଶନୀ ‘କଳାଉତ୍ସବ’ ଜୟସିଂ ପେଲେସ ଠାରେ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀକୁ ସମାଜସେବୀ ମମତା ପୁରୋହିତ ଉଦଘାଟନ କରିଥିଲେ । ପ୍ରଦର୍ଶନୀରେ ହୀରା ଗହଣା , ନୁଆ ଡିଜାଇନର ବସ୍ତ୍ର ସହ ଅନେକ ଗୃହ ସାଜସଜ୍ଜା ସାମଗ୍ରୀ ସ୍ଥାନ ପାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅମିତ ଅଗ୍ରୱାଲ , ସଂସ୍କାର ସ୍କୁଲର ପ୍ରତିଷ୍ଠାତ୍ରୀ ସାବିତ୍ରୀ ଦେବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହା ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି ।