ବରଗଡ଼ : ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ଅତାବିରା ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରଠାରେ ଏକ ପାନୀୟ ଜଳ ମେସିନ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ସଦସ୍ୟ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଏହି ସେବା ଉତ୍ସର୍ଗୀକୃତ ହେବ ବୋଲି ମାହେଶ୍ୱରୀ ଗ୍ରୁପର ଚେୟାରମେନ ଫକୀର କର୍ଣ୍ଣ ସୂଚନା ଦେଇଛନ୍ତି । ଏହି ଅବସରରେ ଅତାବିରା କେନ୍ଦ୍ରର ଭଉଣୀ ବିକେ ବନିତା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ବ୍ରହ୍ମାକୁମାରି କେନ୍ଦ୍ରର ଭାଇଭଉଣୀମାନେ ଅତାବିରାର ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ରକ୍ଷାବନ୍ଧନ ଅବସରରେ ସମସ୍ତଙ୍କୁ ରାଖୀ ବାନ୍ଧି ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar