ବରଗଡ଼ : ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଅଧ୍ୟକ୍ଷ ଡଃ ସରୋଜ କୁମାର ଦେବତା ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଶତାଧିକ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇ ଯାତ୍ରା କୁ ସଫଳ କରିଥିଲେ । ବବୃବାହାନ ରଣା, ପ୍ରଦୀପ କୁମାର ପଣ୍ଡା , ଶ୍ରୀମତୀ ନମିତା ବିଶି, ସୁଷମା ପଣ୍ଡା , ଅଶୋକ କୁମାର ବେହେରା, ସୁନୀଲ କୁମାର ଅଗସ୍ଥି, ନିହାର ରଞ୍ଜନ ତ୍ରିପାଠୀ ତଥା ସଂଜୀବ କୁମାର ଦାଶ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
