ବରଗଡ଼ : କେନସର ଫାଇଟର ଗ୍ରୁପର ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା “ଭିନ୍ନ ଏକ ଜୀବନ’ ଜାତୀୟ କେନସର ସରଭାଇଭର ଡେ କୁ ବରଗଡ଼ର ଅଗ୍ରଣୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ପାଳିତ ହୋଇଯାଇଛି । ଖଣ୍ଡହଥା ସ୍ଥିତ ନିଷ୍ଠା ଭବନ ଠାରେ କେନସର ସହ ଲଢ଼େଇ କରୁଥିବା ତଥା କେନସରକୁ ହରାଇଥିବା ସୁନ୍ଦର ସାହୁ, କୁଶ ସାହୁ ,ପୀତବାସ ପଧାନ, ତପସ୍ୱିନୀ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ନିଷ୍ଠା ପରିବାର ତରଫରୁ ସମସ୍ତଙ୍କ ମନୋବଳ ବଢ଼ାଇବା ସହ ସମସ୍ତ ଙ୍କ କେକ୍ କଟାଯାଇଥିଲା । ଏ ଅବସରରେ ସମସ୍ତ ଙ୍କୁ ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତେ ନିଜ ନିଜ ଅନୁଭୂତି ବର୍ଣନା କରିବା ସହିତ ତାଙ୍କ ଚିକିତ୍ସା ସମୟରେ ନିଷ୍ଠା ପରିବାରର ସହଯୋଗକୁ ନେଇ ପ୍ରଶଂସା କରିଥିଲେ ।କେନସର ଫାଇଟର ଗ୍ରୁପର ପ୍ରତିଷ୍ଠାତା ଅଶ୍ୱିନୀ ଦର୍ଜୀ ଙ୍କ ଏଭଳି ଅଭିନବ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଥଲେ । ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ,ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଉପଦେଷ୍ଟା ଦୁର୍ବାଦଲ ଷଡଙ୍ଗୀ, ସଚି ପଣ୍ଡା ଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।
