ବରଗଡ଼ ; ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ପରୀକ୍ଷାରେ ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ସଫଳତା ପାଇଛନ୍ତି । ବିଜ୍ଞାନରେ ୫୪ ଜଣ ପ୍ରଥମ ଶ୍ରେଣୀ , ୩୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ କଲେଜର ଓଜସ୍ୱିନୀ ସାହୁ ୫୫୫ ମାର୍କ ସହ ୯୨.୫ ପ୍ରତିଶତ ରଖି କଲେଜ ଟପର ହୋଇଛନ୍ତି । ସେହିପରି କଳା ବିଭାଗରେ ୪୧ ଜଣ ପ୍ରଥମ ଶ୍ରେଣୀରେ , ୨୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩୫ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତୀଣ୍ଣ ହୋଇଥିବା ବେଳେ କଲେଜର ଛାତ୍ରୀ ସୁଚିତା ସଲତର ୫୨୩ ମାର୍କ ସହ ୮୭ ପ୍ରତିଶତ ରଖି କଲେଜ ଟପର ହୋଇଛନ୍ତି । କଲେଜର ଏହି ସଫଳତାକୁ ନେଇ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.

error: Content is protected !!