ପଦ୍ମପୁର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ଧରତୀ ଆବା ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ଭୋଜରାଜ ବାଗଙ୍କ ନେତୃତ୍ୱରେ ଏକ ବାଇକ ରେଲି ପଦ୍ମପୁର ସହର ପରିକ୍ରମା ପୂର୍ବକ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ଦୀପ ଦାନ ଏବଂ ବିର୍ସା ମୁଣ୍ଡାଙ୍କ ପ୍ରତିଛବିରେରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏ ଅବସରରେ ଥାନା ଛକକୁ ବିର୍ସା ମୁଣ୍ଡା ଛକ ଭାବେ ନାମିତ କରାଯିବା ପାଇଁ ଘୋଷଣା କରିଥିଲେ । ମିଳିତ ମଞ୍ଚର ଉପ ସଭାପତି ନୀଳାମଣି ବରିହା , ସମ୍ପାଦକ ରଘୁନନ୍ଦନ ଦେଓ,ସହ ସମ୍ପାଦକ ମୋତିଲାଲ ବାଗ, କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ , ଆବାହକ ଚନ୍ଦ୍ରହାସ୍ୟ ଜାଲ, ସଂଯୋଜକ ନବ ବରିହା, ସାଂସ୍କୃତିକ ସମ୍ପାଦକ ଗୋବର୍ଦ୍ଧନ ଛତର, ସଦସ୍ୟ ପ୍ରଦୀପ ମହାନନ୍ଦ, ଦେବରାଜ ସେଠ, ବିଶ୍ୱାମ୍ବର ଭୋଇ, ନରେଶ କୁମାର ଦାସ, କରୁଣାକର ବରିହା ଯୋଗଦାନରେ ପଦ୍ମପୁର ଉପଖଣ୍ଡ ରେ ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ସଫଳ ରୁପାୟନ ହୋଇପାରିଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar