ବରଗଡ : ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ କେନସର ପୀଡିତଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେପଟେମ୍ବର ମାସକୁ ଶିଶୁ କେନସର ମାସ ରୂପେ ସାରା ବିଶ୍ୱ ପାଳନ କରିଥାଏ । ଏହି ପରିପେକ୍ଷୀରେ କାନାଡର କେନସର ପିଡୀତ ୧୨ ବର୍ଷିୟା ଶିଶୁ ମିଲିଣ୍ଡା ରୋଜଙ୍କ ସ୍ମୃତି ଉଦ୍ଦେଶ୍ୟରେ   ୨୨ ସେପଟେମ୍ବର ଦିନ ବିଶ୍ୱ ରୋଜ ଦିବସ ପାଳନ କରାଯାଇ ଥାଏ । ଏହି ଅବସରରେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧୀ ଛକ ନିକଟ ମିଲେଟ ମିଶନ ପ୍ରାଙ୍ଗଣରେ ବିଶ୍ୱ ରୋଜ ଦିବସ ପାଳନ କରାଯାଇଥିଲା । ଏଥିରେ ସୁରକ୍ଷା ମଞ୍ଚ ସଭାପତି ପବିତ୍ର ଦେହେରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଜାପାନ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ସରଦାର ପ୍ରିତମ ସିଂ ଓ ବକ୍ତା ରୂପେ ଦିନେଶ ଅଗ୍ରୱାଲ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଫାଇଟର୍ସ ଗୃପର ପ୍ରତାପ ଦାଶ ଓ ଅଶ୍ୱିନୀ ଦର୍ଜୀଙ୍କୁ ସମ୍ବନ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଜୟ ଦେହେରୀ, ଭରତ ମହାନନ୍ଦ, ଏମଡି ସାହିଲ, ଜନାଥନ ନାଗ, ଚନ୍ଦ୍ର ପଟେଲ, ଯୁଧିଷ୍ଠିର ବିଭାର, ଅଚ୍ୟୁତ ସର୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!