ବରଗଡ଼ :  ରବିବାର ସୁଦୂର ଗୁଜରାଟର ବଡୋଦରା ସହରରେ ସ୍ଥାନୀୟ ଓଏନଜିସି କମ୍ୟୁନିଟି ହଲ ଠାରେ  ପ୍ରବାସୀ ପଶ୍ଚିମ ଓଡିଶାବାସୀ (ଜୁହାର ପରିବାର ବଡୋଦରା ର ସଦସ୍ୟ ବୃନ୍ଦ)  ମହାନ ଗଣପର୍ବ ନୁଆଁଖାଇ  ଖୁବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥିଲେ I ପଶ୍ଚିମ ଓଡିଶା ସୁବର୍ଣ୍ଣପୁରର ଖ୍ୟାତନାମା ସଂସ୍କୃତିକ ଅନୁଷ୍ଠାନ ପଏଁରୀର କଳାକାର ମାନଙ୍କର ସମ୍ବଲପୁରୀ ଗୀତବାଦ୍ୟ ଓ ନାଚରେ ସଭିଏଁ ଝୁମିଉଠି ଥିଲେ I ଏହି ଅବସରରେ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ତଥା ସମ୍ବଲପୁରୀ ଫ୍ୟାଶନ ସୋ ର ଆୟୋଜନ ମଧ୍ୟ କରିଥିଲେ I
ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟର ଭୁୟସି ପ୍ରଶଂସା କରିଥିଲେ I  ଏହିବର୍ଷ ଜୁହାର ପରିବାର ବଡୋଦରା ପକ୍ଷରୁ ଗ୍ରୀନ ଇନୀସିଏଟିଭ ଭାବରେ “ଆମର ମାଏଟ” ସ୍ମରଣୀକାର କାଗଜ ବଦଳରେ ଇଲୋକ୍ଟ୍ରୋନିକ ପ୍ରତିଲିପି ପ୍ରକାଶିତ ହୋଇଥିଲା ତଥା ମେଧାବୀ ଓ ଗରିବ ବିଦ୍ୟାର୍ଥୀମାନଙ୍କୁ ଖାତା ବଣ୍ଟନ କରାଯାଇଥିଲା I

Leave a Reply

Your email address will not be published.

error: Content is protected !!