ବରଗଡ଼ : ବରଗଡ଼ରେ ଆକାଶବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ଅଶୋକ ସାହୁ ସଂଯୋଜନା କରିଥିବା ବେଳେ ସୁଦାମ ସାହୁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଉମେଶ ବିଶ୍ୱାଳ , ସଂଗୀତା ଦୀପ, ଲେଖିକା ସନ୍ତୋଷିନୀ ନାଗ, ନମିତା ଦୀପ ଯାଦବ , ସୁବୋଧଚନ୍ଦ୍ର ଗଡତିଆ, ବଳରାମ ପ୍ରଧାନ, ସୁରେଶ ପ୍ରଧାନ , ଗୋପବନ୍ଧୁ ପୁରୋହିତ , ସୁରେଶ ମେହେର, ଅନିଲ କୁମାର ଖମାରୀ , ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବରଗଡ଼ ସହରରେ ଆକାଶବାଣୀ ଆନୁକୁଲ୍ୟରେ “ଆସ କଥାନି ସୁନମା” ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମତପ୍ରକାଶ କରି ଏହି କାର୍ଯ୍ୟକ୍ରମରେ ବରଗଡ଼ ସହରର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ପରିଶେଷରେ ବରିଷ୍ଠ ସଦସ୍ୟ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar