ବରପାଲି : ବରପାଲି ରାଉତ ଆର୍ଟ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । କଳାଭୂମି ଅଧ୍ୟକ୍ଷ ବିଶିଷ୍ଟ ଚିତ୍ରକର ଧୃବ ବେହେରାଙ୍କ ଦ୍ୱାରା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ବରଗଡ଼, ଭଟଲି, ସମ୍ବଲପୁର, ସୋନପୁର,ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ,ଗଞ୍ଜାମ ସହ ପଶ୍ଚିମବଙ୍ଗର ବିଶିଷ୍ଟ ଚିତ୍ରକରଙ୍କ ମୋଟ ୩୫ ଟି ୱାଟର କଲର ପେଣ୍ଟିଙ୍ଗ ଗ୍ୟାଲେରୀରେ ସ୍ଥାନ ପାଇଛି । ଏହି କ୍ରମରେ ଚିତ୍ରକାର ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ମପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର, ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର, ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ, ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର ମହାରଣା, ପ୍ରୀତିଶ କୁମାର ସାହୁ, ଚିତ୍ରସେନ ବିଶୋଇ, ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ଙ୍କ ସମେତ ଜୟଶ୍ରୀ ବେହେରା, ସିଦ୍ଧିଶ୍ରୀୟା ପଣ୍ଡା, ଭରତ ସାହୁ, କୃଷ୍ଣଚନ୍ଦ୍ର ବେହେରା, ବେଦାଂଶୀ ମହାନ୍ତି, କାବ୍ୟା ଅଗ୍ରୱାଲ, ରୋଶନ ଭୁଏ, ରିତେଶ ପାଉଲେ, ସେଜଲ ଦାଶ, ଲିନୁ ସାହୁ, ଅନ୍ୱିତା ସାହୁ , ମାହି ଯାଦବ, ଅର୍ଣ୍ଣବ ଆଶୁତୋଷ ପ୍ରଧାନ, ଅଙ୍କିତା ଜାଲ, ଶ୍ରୀଜୀନା ପଧାନ, ସ୍ୱୟଂସିଦ୍ଧି ସାହୁ ଆଦି କଳା ଛାତ୍ରଛାତ୍ରୀଙ୍କ ଜଳରଙ୍ଗ ଙ୍କ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇଅଛି । ରାଉତ ଆର୍ଟ ଫାଉଣ୍ଡେସନ ପ୍ରତିଷ୍ଠାତା ବିଶିଷ୍ଟ ଚିତ୍ରକର ଚନ୍ଦ୍ରଶେଖର ରାଉତଙ୍କ ତତ୍ୱାଧାନରେ ଆୟୋଜିତ ଏହି ପ୍ରଦର୍ଶନୀ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar