ପଦ୍ମପୁର : ପଦ୍ମପୁର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ସହଯୋଗ” ର ସମ୍ପାଦକ ତାପସ ନାୟକ ନିଜ ଜନ୍ମ ଦିନକୁ ଭିନ୍ନ ଭାବରେ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ତାପସ ଆଜିର ଦିନରେ ନିଜର ଅଙ୍ଗଦାନ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ଯଦ୍ୱାରା ମୃତ୍ୟୁ ପରେ ତାଙ୍କ ଚକ୍ଷୁ, ହାର୍ଟ ଓ ହାର୍ଟ ଭଲ୍ଭ ତଥା ଶରୀର ବିଭିନ୍ନ ଅଙ୍ଗ ଅନ୍ୟମାନଙ୍କ କାର୍ଯ୍ୟରେ ଆସିବ । ସେହିପରି ସ୍ୱେଚ୍ଛାସେବୀ ତାପସ ମାଣ୍ଡୋସିଲ କଲେଜରେ ପଢ଼ୁଥିବା ଭରୁଆମୁଣ୍ଡାର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡିଙ୍କ ପାଇଁ ଆବଶ୍ୟକ ପାଠ୍ୟ ଉପକରଣ ଯୋଗାଇ ଦେଇଥିଲେ । ପୂର୍ବରୁ ଅନୁଷ୍ଠାନର ସଭାପତି ମୌସମ ପାଗୋଡ଼ା ମଧ୍ୟ ତାଙ୍କ ଜନ୍ମ ଦିନରେ ଅଙ୍ଗଦାନ କରିବା ପାଇଁ ପଞ୍ଜୀକରଣ କରିଥିଲେ ।

Leave a Reply

Your email address will not be published.

error: Content is protected !!