ବରଗଡ଼ : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ରୋଟାରୀଆନ ଦଶରଥ ଅଗ୍ରୱାଲ , ସ୍କୁଲ ଚେୟାରମେନ ରୋଟାରୀଆନ ସୁରେଶ କେଜ୍ରିୱାଲ , ସ୍କୁଲ ଏକାଡେମିକ ଚେୟାରମେନ ରୋଟାରୀଆନ ପ୍ରକାଶ କର ଓ ରୋଟାରୀ କ୍ଲବର ସେକ୍ରେଟାରୀ ରୋଟାରୀଆନ ଦିବ୍ୟରାଜ ମେହେର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଶିକ୍ଷୟିତ୍ରୀ ଲିଲି ମିଶ୍ର ସଂଯୋଜନା କରିଥିଲେ । ଅବରସରପ୍ରାପ୍ତ ଅଧ୍ୟାପକ ଡ. ରାଧାକୃଷ୍ଣ ବିଶ୍ୱକର୍ମା ମୁଖ୍ୟଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ବର୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରଭାଷା ହିନ୍ଦୀର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପିଲାମାନଙ୍କ ବକ୍ତୃତା, କବିତା ଆବୃତ୍ତି କରି ହିନ୍ଦୀ ଦିବସର ସ୍ମୃତିଚାରଣ କରିଥିଲେ । ସଙ୍ଗୀତ ଶିକ୍ଷକ ସଂଦୀପ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ମେରୀ ରୋଡ୍‌ରିକ୍ସ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପାଧ୍ୟକ୍ଷ ଡୋଲାମଣି ପୋଡ ସଭା ସମାପ୍ତି ଘୋଷଣା କରିଥିଲେ ।

Leave a Reply

Your email address will not be published.

error: Content is protected !!