ଗାଇସିଲେଟ : ଗାଇସିଲେଟ ବ୍ଲକ କଠଉମାଲରେ ପୁଷ୍ଟିଯୁକ୍ତ ଫସଲ ଓ ତାର ଗୁଣବତ୍ତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଷମୁକ୍ତ ଖାଦ୍ୟ, ଋଣ ମୁକ୍ତ ଚାଷୀ, ଆତ୍ମନିର୍ଭରଶୀଳ କୃଷି ସହ ସୁସ୍ଥ ଖାଉଟିକୁ ଗୁରୁତ୍ୱ ଦେବା ପାଇଁ ଏକ ଶୋଭାଯାତ୍ରା ଗାଁ ପରିକ୍ରମାପୂର୍ବକ ସମସ୍ତ ଖାଉଟିଙ୍କୁ ସଚେତନ କରାଯାଇଥିଲା । ପରେ କଠଉମାଲ ଗାଁ କଲ୍ୟାଣ ମଣ୍ଡପରେ ଖାଉଟି ଓ ଜୈବିକ ଚାଷୀଙ୍କ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା । ଭିତ୍ତିିଭୂମୀ ସେବା ସଂଗଠନର ଗୁରୁଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନର ଉତ୍ପାଦନ ସଂଯୋଜକ ଦାଶରଥୀ ବେହେରା ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ ଚାଷ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବଜାର ସଂଯୋଜକ ମାନସ ରଞ୍ଜନ ନିଜ ବକ୍ତବ୍ୟରେ ଜୈବିକ ଚାଷୀ ମାନେ ଉତ୍ପାଦିତ ଦେଶୀ ମୁଗ, ମାଣ୍ଡିଆ, କୁଦ, ରାଶି କାଙ୍କଡ଼, କଲରା ତଥା ପନିପରିବା ନିକଟସ୍ଥ ବଜାରରେ ବିକ୍ରୀ କରି ପରିବାରର ଆର୍ôଥକ ସ୍ଥିତି ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡିକର୍ମୀ ଦମୟନ୍ତୀ ମହାକୁର, ସୁମିତ୍ରା ବରିହା ପରିବାରରେ ବଢୁଥିବା ଛୁଆମାନଙ୍କର ମାନସିକ, ବୌଦ୍ଧିକ, ଶାରୀରିକ ବିକାଶ ପାଇଁ ଆମର ବିଷମୁକ୍ତ ଖାଦ୍ୟ ନିହାତି ଦରକାର ବୋଲି କହିଥିବା ବେଳେ ଆଶା କର୍ମୀ ପଦ୍ମାଳୟା ବରିହା ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପୁଷ୍ଟିଯୁକ୍ତ ଖାଦ୍ୟର ଉପାଦେୟତା ବିଷୟରେ ଗୁରୁତ୍ୱାରୋପ କରିଥିଲେ ।

ୱାର୍ଡମେମ୍ବର କୃଷ୍ଣ ଚନ୍ଦ୍ର ସାହୁ, ରୋହିତ ସାହୁ, ସୁଜାତା ସାହୁ, ବାବନା ନାଗ, ବାସୁଦେବ ସୁନା , ଜୈବିକ ଚାଷୀ ନବୀନ ଏଣ୍ଡେଜା, ଭକ୍ତବନ୍ଧୁ ସାହୁ, ସନ୍ତୋଷ ଡନସନା ନିଜେ ଜୈବିକ ଚାଷର ଅନୁଭବ ସହ ମା ମାଟିକୁ ଆମେ କେବେ ବି ବିଷ ନ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଧନେଶ୍ୱର ସାହୁ ଧନ୍ୟବାଦ ଦେଇଥିବା ବେଳେ ପାର୍ବତୀ ଜୁଏଡ଼, ଜଗଦା ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar