ବରଗଡ଼ : ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ଅଗ୍ରଣୀ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ଆନୁକୁଲ୍ୟରେ ଶିଶୁ ଲେଖକ ଲେଖିକାଙ୍କ ସମ୍ମିଳନୀ ସହ ନୂଆଖାଇ ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସଂପାଦକ ସାମ୍ବାଦିକ ପ୍ରଦୀପ୍ତଭାନୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର ଯୋଗଦେଇ ଲେଖକ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରିବାରେ ଆହୁରି ଅଧିକରୁ ଅଧିକ ଶିଶୁ ସାହିତ୍ୟ ସୃଷ୍ଟିରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ । ସହ ସମ୍ପାଦକ ଅଧ୍ୟାପକ ନବକୃଷ୍ଣ ମିଶ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ସୁବର୍ଣ୍ଣଦୀପର ନୂଆଖାଇ ସଂଖ୍ୟାକୁ ଅତିଥିଗଣ ଲୋକାର୍ପିତ କରିଥିଲେ । ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର କୁମାର ସାହୁ, କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର , ଯାଦବ ସମାଜ ସଭାପତି ପ୍ରଦୀପ ଥପ୍ପା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏ ଅବସରରେ ୩୦ ରୁ ଉର୍ଦ୍ଧ୍ୱ ଶିଶୁ ଲେଖକ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଷନ ମେହେରଙ୍କ ସମେତ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଖଜୁରଟିକ୍ରା ସ୍କୁଲର ପ୍ରଜ୍ଞା ପରୀମିତା ମାଝୀ,ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅରବିନ୍ଦ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!