ଭଟଲି : ଭଟଲି ବ୍ଳକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ  ଅନୁଷ୍ଠିତ ହୋଇଯାଇଛି। ମୁନସୀ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସାଧାରଣ ସଭାରେ ଭଟଲି ବ୍ଲକ କୁଲତା ସମାଜ ସଭାପତି ସଞ୍ଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ମାଧବ ପ୍ରସାଦ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରି ଆଗାମୀ ସାଙ୍ଗଠାନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।  ନିତ୍ୟାନନ୍ଦ ପଧାନ, ସୌରୀ ଚରଣ ବାରିକ, ଲୋକନାଥ ସାହୁ ଏବଂ କମଗାଁ ପୀଠରୁ ଆସିଥିବା ଯୁଧିଷ୍ଠିର ଭୋଇ ସମାଜର ସଂଗଠନ ଏବଂ ସଂସ୍କାର ବାବଦରେ ମତପ୍ରକାଶ କରିଥିଲେ। । ଆଦିପୀଠ କମଗାଁ ଏବଂ ରାମଚଣ୍ଡୀ ମନ୍ଦିର ନୂଆଁଗଡ଼ରୁ ଆସିଥିବା ସମାଜର ପୂଜକ ମାନେ ପ୍ରଥମେ ଭଟଲିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ସହିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।  ଏହି ଅବସରରେ ଗତ ୨୦୨୪ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଏ ୧ ଗ୍ରେଡ଼ ହାସଲ କରିଥିବା କମଗାଁର ଜାଗୃତି ଗଡତିଆ, ସ୍ନାତକ ପରୀକ୍ଷାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟସ୍ତରରେ କୃତିତ୍ୱ ହାସଲ କରିଥିବା ମହେଶ୍ୱର ବାରିକ, ବର୍ଷାରାଣୀ ସାହୁ ଓ ନିକିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉପେନ୍ଦ୍ର ଖମାରୀ ଓ ବୈରାଗୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । କବି ଦେବେନ୍ଦ୍ର ସାହୁ, ଅଭିମନ୍ୟୁ ସାହୁ, ସୁଦାମ ସାହୁ ଓ ଶଶିଭୂଷଣ ସାହୁଙ୍କୁ ସମାଜଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବୈରାଗୀ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭଟଲି ବ୍ଲକର ସମସ୍ତ ୧୬ ପଞ୍ଚାୟତରୁ କୁଲତା ଜାତିଭାଇମାନେ ଯୋଗଦାନ କରିଥିଲେ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar