ଅତାବିରା : ବରଗଡ଼ ଜିଲ୍ଳା ଅତାବିରା ଫଟୋଗ୍ରାଫର ଏସୋସିଏସନର ୧୬ତମ ବାର୍ଷିକୋତ୍ସବ ତଥା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲିକ୍ୟାମ୍ପ ସ୍ଥିତ ଡିଭାଇନ୍ ଗାର୍ଡେନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଫଟୋଗ୍ରାଫର ମହାସଂଘ ଓଡିଶାର ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଅଲ୍ ଇଣ୍ଡିଆ ରେଡିଓ ସମ୍ବଲପୁରର ଗାୟକ ପର୍ଶୁରାମ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଫଟୋଗ୍ରାଫର ଏସୋସିଏସନ୍ ଅତାବିରାର ଦିବଙ୍ଗତ ଫଟୋଗ୍ରାଫର୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଓଡ଼ିଶା ଫଟୋଗ୍ରାଫର ଆସୋସିଏସନ ତଥା ଅତାବିରା ଫଟୋଗ୍ରାଫର୍ ମହାସଂଘ ଓଡ଼ିଶାର ନୂତନ ସଭାପତି ସଞ୍ଜୟ ରଥ ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଓ ଫଟୋଗ୍ରାଫରର ଅବଦାନ ଓ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଓଡ଼ିଶାର ସମସ୍ତ ଫଟୋଗ୍ରାଫର୍‌ମାନଙ୍କୁ ପାଇଁ ବୀମା ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟଅତିଥିଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ନିଷ୍ଠା ପରିବାର ବରଗଡ଼କୁ କୋଶଳ ଶ୍ରୀ ସମ୍ମାନ ଓ ବରିଷ୍ଠ ଫଟୋଗ୍ରାଫର ଯଶୋବନ୍ତ ନାରାୟଣ ସିଂଙ୍କୁ ଇନ୍ଦ୍ରଧନୁ ସମ୍ମାନ ତଥା ଶୁଭଙ୍କର ସାହୁଙ୍କୁ ମେଧାବୀ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ତର୍ପଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲା ବେଳେ ସଂଘର ସଂପାଦକ ସୁଦାମ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!