ପାଇକମାଲ : ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମଠାରେ ବ୍ଲକସ୍ତରୀୟ ସଂସ୍କୃତ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ରମାଇଚରଣ ଦାଶଙ୍କ ଅଧ୍ୟକ୍ଷତା ଓ ପଣ୍ଡିତ ଦୟାସାଗର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏ ଅବସରରେ ମୁଖ୍ୟଅତିଥି ବାରିକ ସଂସ୍କୃତ ଭାଷାକୁ ଚରିତ୍ର ନିର୍ମାଣର ଭାଷା ବୋଲି ଉଲ୍ଲେଖ କରି ମାନବର ନୈତିକ ମୂଲ୍ୟବୋଧ ବୃଦ୍ଧିରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଯୁଗ୍ମ ସଂପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟ କୁମାର ସାହୁ , ଗୁରୁକୁଳର ଅଧ୍ୟକ୍ଷ ପଣ୍ଡିତ ଅନନ୍ତ ଶାସ୍ତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ଯୋଗଦେଇ ସଂସ୍କୃତ ଭାଷାର ମହନୀୟତା ଉପସ୍ଥାପନ କରି ସଂସ୍କୃତ ଭାଷା ଭାରତର କଥିତ ଭାଷା ଥିଲା ବୋଲି ଉଲ୍ଲେଖ କରିଥିଲେ । ସଂଘର ସମ୍ପାଦକ ଅଶ୍ୱିନୀ କୁମାର ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ସଂସ୍କୃତ ଶିକ୍ଷକ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଣ୍ଡିତ ଲିଙ୍ଗରାଜ ସାହୁ ସଂଯୋଜନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସଂସ୍କୃତ ନାଟିକା \” ପିତୃ ଦେବୋ ଭବ \” ଚିତ୍ତାକର୍ଷକ ହୋଇଥିଲା ।

Leave a Reply

Your email address will not be published.

error: Content is protected !!