ବରଗଡ଼ : ରେନବୋ ପବ୍ଲିକ ସ୍କୁଲରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ହିନ୍ଦୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅରବିନ୍ଦ ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ହିନ୍ଦୀ ଦିବସର ମହତ୍ୱ ଓ ଏହା କିପରି ରାଜଭାଷାର ମର୍ଯ୍ୟାଦା ଲାଭ କରି ସମଗ୍ର ବିଶ୍ୱର ତ୍ରୁତୀୟ ସର୍ବବୃହତ୍ ଭାଷା ଭାବରେ ପରିଗଣିତ ହୋଇପାରିଛି ତାହା ନିଜ ବକ୍ତବ୍ୟରେ କହିଥିଲେ । ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ହିନ୍ଦୀ ପ୍ରବନ୍ଧ ଲିଖନ, ଶ୍ରୁତଲିଖନ ଓ ବକ୍ତ୍ରୁତା ପ୍ରତିଯୋଗିତାରେ କ୍ରୁତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରାଜୀବ ଲୋଚନ ଭୋଇ କାର୍ଯ୍ୟକ୍ରମ ସଂଯୋଜନା ଏବଂ ସଂପାଦିକା ଚନ୍ଦନା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର, ମୁଖ୍ୟଅତିଥି ଅରବିନ୍ଦ ଗୁପ୍ତାଙ୍କୁ ଉପଢୌକନ, ଫୁଲ ତୋଡ଼ା ତଥା ସ୍ମୃତିଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ ।

Leave a Reply

Your email address will not be published.

error: Content is protected !!