ରେମଣ୍ଡା: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମରେ ପ୍ରଭୁ ଗଣେଷ ବରଦ ଗଣପତି ରୂପେ ପୂଜା ପାଇଥାନ୍ତି । ଯୁବ ଜ୍ୟୋତି ପାଠାଗାର ତରଫରୁ ଅନୁଷ୍ଠିତ ପ୍ରଭୁ ଗଣେଷଙ୍କ ପୂଜନୋତ୍ସବ ଅବସରରେ ଏକ ଲକ୍ଷ ଲଡୁ ପ୍ରସାଦ ଆକାରରେ ଲାଗି କରାଯାଇଥିଲା । ଗଣେଶ ପୂଜା ମଣ୍ଡପରୁ ଘଣ୍ଟ ବାଦ୍ୟ ସହ ଶତାଧିକ ମହିଳା ପୁରୁଷ ଏକ ଲକ୍ଷ ଲଡୁ ଧରି ଏକ ବର୍ଣ୍ଣାଢ଼୍ୟ ଶୋଭା ଯାତ୍ରା ବାହାରି ଗାଁ ପରିକ୍ରମା ପୂର୍ବକ ପୂଜାମଣ୍ଡପକୁ ପ୍ରତ୍ୟାବର୍ତନ କରିଥିଲେ । ପରେ ପୂଜାର୍ଚ୍ଚନା କରାଯାଇ ପ୍ରଭୁ ଗଣେଷଙ୍କ ଠାରେ ଲଡୁ ଭୋଗ ଲାଗି ହୋଇଥିଲା । ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ପୂଜାକମିଟୀ ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!