ବରଗଡ଼ : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନଦୀପଡା ବାଳ ଗଣେଷ ପୂଜା ମଣ୍ଡଳୀ ପକ୍ଷରୁ ମହାଆଡମ୍ବରରେ ଗଣପତି ମହୋତ୍ସବର ଆୟୋଜନ କରାଯାଇଛି । ଅନେକ ବର୍ଷ ଧରି ଏହି ପୂଜାକମିଟୀ ପକ୍ଷରୁ ପ୍ରତିବର୍ଷ ମୁମ୍ମାଇ ଯାଇ ସେଠାରୁ ପ୍ରସିଦ୍ଧ ମୂର୍ତ୍ତିକାରଙ୍କ ପାଖରୁ ଗଣେଷଙ୍କ ମୂର୍ତ୍ତି ଅଣାଯାଇଥାଏ । ଚଳିତ ବର୍ଷ ମଧ୍ୟ ସେହି ପରମ୍ପରାକୁ ବଜାୟ ରଖି ରୋନକ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଦଳ ମୁମ୍ମାଇ ଯାଇ ସେଠାରୁ ଗଣେଷ ମୂର୍ତ୍ତି ଆଣିଛନ୍ତି । ଚଳିତ ବର୍ଷ ରାମ ମନ୍ଦିର ଢ଼ାଞ୍ଚାରେ ପୂଜା ମଣ୍ଡପ ପ୍ରତିଷ୍ଠା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଦିନ ବିଭିନ୍ନ ସମୟରେ ଶାସ୍ତ୍ର ମୁତାବକ ପୂଜା କରାଯାଉଛି । ଏହି ଗଣେଷ ପୂଜାମଣ୍ଡଳୀ ମୂର୍ତ୍ତି ପାଇଁ କିଛି ବର୍ଷ ହେବ ବରଗଡ଼ରେ ବେଶ ଲୋକପ୍ରିୟତା ଅର୍ଜନ କରିଛି ।