ବରଗଡ଼ : ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ତଥା ଶ୍ରୀହରିକୋଟା ସତିଶଧୱନ୍ ସ୍ପେସ୍ ସେଣ୍ଟର ଏବଂ ବିକାଶ ହାୟର ଏଜୁକେସ୍ନାଲ ଇନଷ୍ଟିଚ୍ୟୁସନ୍ସର ମିଳିତ ଆନୁକୁଲ୍ୟରେ ବରଗଡରେ ପ୍ରଥମ ଥର ପାଇଁ ‘ବିଶ୍ୱ ଅନ୍ତରୀକ୍ଷ ଦିବସ’ ଆୟୋଜିତ ହେବ । ଅକ୍ଟୋବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିକାଶ ଫାଷ୍ଟଷ୍ଟେପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ପି. ଶ୍ରୀନିବାସ ରାଓ ଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ଡ. ଆଶିଷ ଘୋଷ, ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମେନ ଡି. ନାଗେଶ୍ୱର ରାଓ, ଇସ୍ରୋ ‘ବିଶ୍ୱ ଅନ୍ତରୀକ୍ଷ ଦିବସ-୨୦୨୪’ ସଚିବ ଅଭିମନ୍ୟୁ ମଲ୍ଲିକ ଏବଂ ବିକାଶ ଉଚ୍ଚଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀ ତଥା ଅଧ୍ୟକ୍ଷ ସମୁହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ସତିସ୍ ଧୱନ ସ୍ପେସ୍ ସେଣ୍ଟରର ଡାଇରେକ୍ଟର ଏ. ରାଜା ରାଜନଙ୍କ ତରଫରୁ ‘ବିଶ୍ୱ ଅନ୍ତରୀକ୍ଷ ଦିବସ’ ୨୦୨୪ର ଚେୟାରମେନ ପି. ଶ୍ରୀନିବାସ ରାଓ ଏହି ତ୍ରିଦିବସୀୟ ଜାତୀୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ । ‘ବିଶ୍ୱ ଅନ୍ତରୀକ୍ଷ ସପ୍ତାହ’ ପାଳନ ଅବରସରେ ଗଗନୟାନ୍‌, ସ୍ପୁଟନିକ ଭଳି ବିଭିନ୍ନ କୃତ୍ରିମ ଉପଗ୍ରହର ୭ଟି ନମୁନା ପ୍ରଦର୍ଶନୀ ସମେତ ବରଗଡ ତଥା ପଶ୍ଚିମ ଓଡିଶାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ୧୫୦ରୁ ଉର୍ଦ୍ଧ୍ୱ ବୈଜ୍ଞାନିକ ପ୍ରକଳ୍ପ ଏବଂ ଇନାଭେଟିଭ୍ କ୍ରିଏଟିଭ୍ ଡିଜାଇନ୍ ପାଇଁ ପଞ୍ଜିକରଣ ହୋଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଭିଏସ୍‌ଏସ୍‌ୟୁଟି ର କୁଳପତି ପ୍ରଫେସର ଡ. ବିବି ପତି ମୁଖ୍ୟଅତିଥି ଏବଂ ଡିନ ପ୍ରଫେସର ଡ. ହରିଶ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେବେ । ଚେୟାରମେନ ପି. ଶ୍ରୀନିବାସ ରାଓ, ବିକାଶ ଡାଇରେକ୍ଟର ଜି. ରାମକ୍ରିଷ୍ଣା ସମେତ ବିଶିଷ୍ଠ ଅତିଥି ଭାବେ ଇସ୍ରୋ ଉପନିର୍ଦ୍ଦେଶକ ଜି. ଗ୍ରହ ଦୁରଇ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଠିକ୍ ସେହିପରି ଉଦ୍‌ଯାପନି ଉତ୍ସବରେ ଆଇଆଇଟି- ଧାନବାଦର ନିଦ୍ଦେର୍ଶକ ଡ. ସୁକୁମାର ମିଶ୍ର ମୁଖ୍ୟଅତିଥି ଏବଂ ବିଶିଷ୍ଟ ଅତିଥିଭାବେ ଇସ୍ରୋ-ଉପନର୍ଦ୍ଦେଶକ ଏସ୍‌. ମୁଥୁସେଜିଆନ୍ ଯୋଗଦେବା ସହିତ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମେନ ଡି. ନାଗେଶ୍ୱର ରାଓ ମଞ୍ଚାସିନ ରହିବେ ବୋଲି ସୂଚନା ଦିଆଯାଇଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar