ବରଗଡ଼ : ଆଗକୁ ଆସୁଛି ଗଣପର୍ବ ନୂଆଖାଇ । ନୂଆଖାଇରେ ସମସ୍ତେ ନୂତନ ବସ୍ତ୍ର ପରିଧାନ ସହିତ ପିଠା ପଣା କରି ନିଜ ପରିବାର ବର୍ଗଙ୍କ ସହ ମଉଜ କରିଥାନ୍ତି । କିନ୍ତୁ ନିଜ ପରିବାର ବର୍ଗଙ୍କ ପାଇଁ ଅଲୋଡା ହୋଇ ବରଗଡ଼ ଚକରକେନ୍ଦ୍ ଠାରେ ଥିବା ମାତୃ ଛାୟା ତପୋବନ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ହୃଦୟ ଓ ମନର ଦୁଃଖକୁ ହୃଦୟଙ୍ଗମ କରି ବରଗଡ଼ର ସ୍ୱୟଂ ପ୍ରଭା ସାହିତ୍ୟ ସଂସଦର ସଦସ୍ୟା ମାନେ ନୂଆଖାଇ ପୂର୍ବରୁ ଅନ୍ତେବାସୀଙ୍କ ପାଇଁ ନୂଆ ସମ୍ବଲପୁରୀ ଶାଢ଼ୀ ଓ ଧୋତି ଗାମୁଛା ପ୍ରଦାନ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଆଶ୍ରମରେ ରହୁଥିବା ମାଆମାନଙ୍କ ପାଇଁ ଖଣ୍ଡିଏ ଲେଖାଏ ନୂଆ ସମ୍ବଲପୁରୀ ଶାଢ଼ୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଧୋତି ଗାମୁଛା ପ୍ରଦାନ କରିଛନ୍ତି ।

ସାହିତ୍ୟ ସଂସଦର ଏହି ଛୋଟିଆ ପ୍ରୟାସ ନିବିଡ ସମ୍ପର୍କ ଓ ଭାଇଚାରାର ଅନନ୍ୟ ନିର୍ଦ୍ଦଶନ , ଏହା ପ୍ରମାଣିତ ହୋଇଥିବା ବେଳେ ସାହିତ୍ୟ ସଂସଦର ଏହି କାର୍ଯ୍ୟ ଜନସାଧାରଣରେ ପ୍ରଶଂସନୀୟ ହୋଇଛି । ସାହିତ୍ୟ ସଂସଦର ସମ୍ପାଦିକା କମଳିନୀ ଦେବୀଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟା ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, କବିତା ଦେବତା, ସଂନ୍ତୋଷିନୀ ଦାଶ, ରାଧାରାଣୀ ପଟ୍ଟନାୟକ, ଗୀତା ଉଦଗାତା , ବିଜୟାରାଣୀ ମିଶ୍ର , ଜ୍ୟୋସ୍ନା ଦାଶ ପ୍ରମୁଖ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରି ସମସ୍ତଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!