ଇମ୍ପରିୟଲ କଲେଜର ଅଭିନବ ଅଭିଯାନ

ବରଗଡ: ଇମ୍ପରିୟଲ କଲେଜଠାରେ ପରିବେଶ ଉପଯୋଗୀ ଗଣେଶ ମୂର୍ତ୍ତିର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋନକ୍ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗତ ସାଇନ୍ସ ଇନଷ୍ଟିଚ୍ୟୁଟ, ସଂସ୍କାର ଇଣ୍ଟରନେସନାଲ ସ୍କୁଲ, ସତିହାରୀ ବାଳିକା ବିଦ୍ୟାଳୟ , ନିଲଜି ୟୁପି ସ୍କୁଲ୍‌, ଆଇଆଇଏଚଟି ବରଗଡ, ଭଟଲି ଶାନ୍ତି ୟୁପି ସ୍କୁଲ୍‌, ସରକାରୀ ଉପ୍ରା ବିଦ୍ୟାଳୟ ତେଜାଗୋଲା, ସରକାରୀ ଉପ୍ରା ବିଦ୍ୟାଳୟ ଟୁକୁର୍ଲା, ସରକାରୀ ଉପ୍ରା ବିଦ୍ୟାଳୟ ଝାଙ୍କରପାଳି,

ସରକାରୀ ଉପ୍ରା ବିଦ୍ୟାଳୟ ନୂଆଗଡ, ସରକାରୀ ଉପ୍ରା ବିଦ୍ୟାଳୟ ଖର୍ସଲ, ଦଧିବାମନ ଡ଼ିଗ୍ରୀ କଲେଜ ଭଟଲି, ନିବେଦିତା ପବ୍ଲିକ ସ୍କୁଲ୍ ସୁକୁଡ଼ା , ପାର୍ବତୀଗିରି ମହିଳା କଲେଜ, ପିଓନୟର କୋଚିଙ୍ଗ,ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଇସିିରା, ସରକାରୀ ପଞ୍ଚାୟତ ସ୍କୁଲ୍‌, ସରକାରୀ ପଞ୍ଚାୟତ ସ୍କୁଲ ଲେହେଣୀପଦର ସମେତ ୨୧ ଟି ଅନୁଷ୍ଠାନକୁ ପରିବେଶ ଉପଯୋଗୀ ଗଣେଶ ମୁର୍ତ୍ତି ପ୍ରଦାନ କରାଯାଇଥିଲା ।

କଲେଜର ଚେୟାରମେନ ଦୀପକ ଗୋୟଲ ଏବଂ ଅଧକ୍ଷ ଦୂର୍ଗେଶ ଶତପଥୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ମୂର୍ତ୍ତି ପ୍ରଦାନ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar