ବରଗଡ଼ : କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ପାଇଁ ସମଗ୍ର ପଶ୍ଚିମଓଡିଶାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତେ ଏହି ପର୍ବକୁ ପାଳନ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଏହି ପର୍ବ ପାଳନରୁ ବରଗଡ଼ ଉପକଣ୍ଠସ୍ଥ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନରେ ରହୁଥିବା ଅନ୍ତେବାସୀ ମାନେ ଯେପରି ବଞ୍ଚିତ ନ ହେବେ ସେଥିପାଇଁ ଇନର ହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲର ସଦସ୍ୟାମାନେ ନୂଆଖାଇ ପାଳନ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି । ଚାଉଳ, ଡାଲି, ଚିନି, ତେଲ,ଗୁଡ଼,ଘିଅ, ଅଟା, ଅମୁଲ, ପନିପରିବା ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଇନର ହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲର ସଭାନେତ୍ରୀ ଭାବନା ଅଗ୍ରୱାଲଙ୍କ ନେତୃତ୍ୱରେ ଉପସଭାନେତ୍ରୀ ଗୀତାଞ୍ଜଳି ମେହେର, ସମ୍ପାଦିକା ଅଫସନା ଲୋଧିଆ, ସହ ସମ୍ପାଦିକା ପିଙ୍କି ବଗର୍ତ୍ତୀଙ୍କ ସମେତ ସରିତା ସାହୁ, ରୀନା ଜିନ୍ଦଲ, ବିନିତା ଅଗ୍ରୱାଲ, ପାୟଲ ଲାଠ, ପ୍ରେମା ଲାଠ, କିରଣ ସୁରୁଜାଲ, ଦୁର୍ଗା ପ୍ରିୟଦର୍ଶିନୀ ପ୍ରମୁଖ ତପୋବନକୁ ଯାଇ ଏହି ସାମଗ୍ରୀ ସବୁ ପ୍ରଦାନ କରିଥିଲେ।ତେବେ ଏହି ଆଶ୍ରମ ରେ ରହୁଥିବା ଅସହାୟ ଶିଶୁ ମହିଳା ବୃଦ୍ଧ ବୃଦ୍ଧା ତଥା ଦିବ୍ୟାଙ୍ଗ ମାନଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି କ୍ଲବ ର ସଦସ୍ୟା ମାନେ। 

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar