ବରଗଡ଼ : ଇନରହ୍ୱିଲ କ୍ଲବ ଅଫ୍ ବରଗଡ଼ ତରଫରୁ ଗର୍ଭାଶୟ କେନସର ଏବଂ ଟୀକାକରଣକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏ ନେଇ ଅନୁଷ୍ଠିତ ସଚେତନତା ରାଲିକୁ ସିଡିଏମଓ ନିରୁପମା ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

କ୍ଳବର ପିଡିସି ମମତା ପୁରୋହିତ , ସଭାନେତ୍ରୀ ରିତୁ ସନନ, ସଂପାଦିକା ଜୟନ୍ତି ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ୍ତର ରାମକୃଷ୍ଣ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନସରର ନିରାକରଣ ପାଇଁ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।

ଏ ଅବସରରେ ରୋଟାରୀ ପବ୍ଲିକ ସ୍କୁଲ, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମେତ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ କେନସର ମୁକ୍ତ ବରଗଡ଼ ନେଇ ଏକ ସଚେତନତା ରାଲିରେ ସାମିଲ ହୋଇଥିଲେ । କୋଷାଧ୍ୟକ୍ଷ ଅସୀମା ବିଶୋଇ, ଅନୁପମା ଅଗ୍ରୱାଲ, ପୂଜା ଅଗ୍ରୱାଲ ସମେତ ବହୁ ସଦସ୍ୟା ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!