ବରଗଡ଼ : ସ୍ଥାନୀୟ ଇମ୍ପରିୟଲ କଲେଜଠାରେ ମାରୱାଡି ମହିଳା ସମିତି ପକ୍ଷରୁ ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁଦାନ ସଚେତନତାର ରାଜ୍ୟ ମୁଖ୍ୟ ଅଞ୍ଜୁ ମିତ୍ତଲ , ଜନସଂପର୍କ ପ୍ରମୁଖ କବିତା ଲିଖମାନିଆ, ସଂପାଦିକା ରେଖା ବନସଲ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସୁଶୀଲ କୁମାର କର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଚକ୍ଷୁଦାନ ଏବଂ ଏହାର ମହତ୍ୱ ସଂପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଇମ୍ପରିୟଲ କଲେଜ ପକ୍ଷରୁ ଅଧ୍ୟାପିକା ଗାୟତ୍ରୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!