ବରଗଡ଼ : ରବିବାର କିଶୋରୀ ଆଇଭିଏଫ ତରଫରୁ ସ୍ଥାନୀୟ ଟୁଲି ପ୍ରିମିୟମରେ ରାଜ୍ୟସ୍ତରୀୟ ଆଇଭିଏଫ କର୍ମଶାଳା ଆୟୋଜିତ ହୋଇଯାଇଛି । ଡା. ପ୍ୟାରିଲାଲ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଡା. ଗାର୍ଗୀ ସୁମନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାର ପ୍ରଥମ ଅଧିବେଶନରେ ଡା. କେଡି ନାୟର ବକ୍ତା ଭାବରେ ଯୋଗଦେଇଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ଡା. ଜିତେନ୍ଦ୍ର ବେହେରା, ତୃତୀୟ ଅଧିବେଶନରେ ଡା. ଅକ୍ଷୟ କୁମାର ମହାପାତ୍ର , ଚତୁର୍ଥ ଅଧିବେଶନରେ ଡା. ବେଣୁଧର ପାଣ୍ଡେ ଏବଂ ପଞ୍ଚମ ଅଧିବେଶନରେ ଡା. ବବିତା ରମାନୀ ବକ୍ତା ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ଅଧିବେଶନରେ ଡା. ଦିଲୀପ କୁମାର ଷଡଙ୍ଗୀ, ଡା. ମମତା ସୋରେନ , ଡା. ଓଜସ୍ୱିନୀ ପଟେଲ, ଡା. ଜୟ ଗୋପାଲ ଶର୍ମା ଏବଂ ଡା. ରବିନାରାୟଣ ଦାଶ ସଭାପତିତ୍ୱ କରିଥିଲେ । ଏ ଅବସରରେ କିଶୋରୀ ଆଇଭିଏଫରେ ବର୍ତମାନ ସୁଦ୍ଧା ୨ ହଜାର ଟେଷ୍ଟଟ୍ୟୁବ ଟପିଥିବା ନେଇ ସୂଚନା ଦିଆଯାଇଥିଲା । ଇତିମଧ୍ୟରେ କିଶୋରୀ ଆଇଭିଏଫକୁ ଜାତୀୟସ୍ତରୀୟ ଆଇଭିଏଫ ତରଫରୁ ସ୍ୱୀକୃତିପ୍ରାପ୍ତ ଆଇଭିଏଫ ଭାବରେ ମାନ୍ୟତା ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ସାଇ ତ୍ରିପାଠୀ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କିଶୋରୀ ନର୍ସିଂ ହୋମର ଗଙ୍ଗାଧର ଦାଶ, ସୁଜିତ ସାହୁ , ହିମାଂଶୁ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!